ଆସନ୍ତାକାଲି ରାଉରକେଲା ଯିବେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସ୍ୱତନ୍ତ୍ର ବାୟୁସେନା ବିମାନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଜି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି।

ଆସନ୍ତାକାଲି ରାଷ୍ଟ୍ରପତି ରାଉରକେଲା ଯାଇ NITର ସମାବର୍ତ୍ତନ ଉତ୍ସବ ଓ RSPର ସୁପର୍ ସ୍ପେଶାଲିଟି ହସପିଟାଲ୍କୁ ଉଦ୍‌ଘାଟନ କରିବେ। ୨୧ ତାରିଖରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାର କର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ସ୍ଥାନରେ ଆଜି କାର୍କେଡ୍ ରିହର୍ସଲ୍ କରାଯାଇଛି।

Comments are closed.